pr

ମା’ ଠାକୁରାଣୀ ଫୁଟବଲ କପ୍‌ ଉଦ୍‌ଯାପିତ

dr. purohit

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ରବିବାର ମା’ ଠାକୁରାଣୀ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ସମ୍ମାନିତ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ବିଜେପି ନେତା ଦୁର୍ଗା ପ୍ରସାଦ ପ୍ରଧାନୀ, ନାଏବ ସରପଞ୍ଚ ପ୍ରତିନିଧି ବସନ୍ତ ନାଗ ମଞ୍ଚରେ ଉପସ୍ଥିତ ଥିଲେ । ଉଦ୍‌ଯାପିତ ମ୍ୟାଚରେ ବଗାଡ଼ ଓ ଡଙ୍ଗରିଗୁଡା ଦଳ ମଧ୍ୟରେ ଚିତାକର୍ଷକ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଡଙ୍ଗରି ଗୁଡା ଦଳ ୧/୦ ଗୋଲରେ ସ୍କୋର କରି ଫାଇନାଲ ମ୍ୟାଚ ବିଜୟୀ ହୋଇଥିଲା । ଫୁଟବଲ ମ୍ୟାଚକୁ ରେଫରି ତାପସ ଦାସ, ଶଙ୍କର ପୋଢ଼, ଭୁପେନ୍ଦ୍ର ଗୋପାଳ ପରିଚଳନା କରିଥିବା ବେଳେ ଖେଳର ଧାରା ବିବରଣୀ ବୈକୁଣ୍ଠ ଜାଲ ଓ ବାବୁଲାଲ ଶବର ପ୍ରଦାନ କରିଥିଲେ । ସମ୍ପାଦନା ମହମ୍ମଦ ଖାଁ, ଈଶ୍ୱର ମାଝୀ, ହୀରଣ୍ୟ ଗହୀର, ତୁଳସିରାମ ପୁଝାରି, ପ୍ରମୋଦ ମାଝୀ, ଦିନେଶ ପୁଝାରି ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.