pr

ବାଗଝରଣ ଗାଁରୁ ରନ୍ଧା ମଦ ସହ ଦୁଇ ଜଣ ଗିରଫ

dr. purohit

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ପାଟଣାଗଡ଼ ଅବକାରୀ ବିଭାଗ ଦୁଇ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ମଦ କାରବାର କରୁଥିବା ସୂଚନା ପାଇ ବାଗଝରଣ ଗ୍ରାମର କେଶବ ଭୋଇ ଏବଂ ହାଡୁ ଧରୁଆଙ୍କୁ ଗାଁରୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏନେଇ ଖପ୍ରାଖୋଲ ଅବକାରୀ ବିଭାଗ ଷ୍ଟେସନ କେସ ନଂ ୯ ଓ ୧୦ ରେ ଏକ ମାମଲା ରୁଜୁ ହୋଇଥିବା ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି । ପାଟଣାଗଡ଼ ଅବକାରୀ ବିଭାଗର ଟିମ୍‌ ସଦଳବଳେ ଏହି ଚଢ଼ାଉ କରିଥିବା ଜଣାଯାଇଛି ।

nrusinghnath
Leave A Reply

Your email address will not be published.