pakka

ବାଲିଗୁଡାରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଲିକଙ୍କ ସ୍ମୁତିରେ ଶହୀଦ ଦିବସ ପାଳିତ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ଖ୍ରୀଷ୍ଟ ଧର୍ମାବଳମ୍ବୀମାନଙ୍କ ପାଇଁ ବର୍ଷସାରାର ଅନ୍ୟତମ ପବିତ୍ର ପର୍ବ । ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ । ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି । ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ ଖ୍ରୀଷ୍ଟମାସ୍ ଟ୍ରି, ଷ୍ଟାର୍, ଖ୍ରୀଷ୍ଟମାସ୍ ଗୁହାଳ ଘର ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଦ୍ୱାରା ଚର୍ଚ୍ଚକୁ ସଜାଯାଇଛି । ଖ୍ରୀଷ୍ଟ ଧର୍ମାବଳମ୍ବୀମାନେ ଚର୍ଚ୍ଚରେ ପାଳିଛନ୍ତି ବଡ଼ଦିନ ଓ ପ୍ରାର୍ଥନା କରିଛନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍ ଓ ମିଷ୍ଟାନ ବାଣ୍ଟିଛନ୍ତି । ବନ୍ଧୁମିଳନରେ ସମସ୍ତେ ସମବେତ ହୋଇ ଖୁସି ମନାଇଥିଲେ । କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବଡ଼ଦିନ ପର୍ବ ଫିକା ପଡିଥିଲା । ଚଳିତ ବର୍ଷ ଯାତ୍ରା ପାଳନ ପାଇଁ ସୁଯୋଗ ମିଳିଥିବାରୁ ଖ୍ରୀଷ୍ଟ ଧର୍ମାବଳମ୍ବୀ ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହିତ ପର୍ବ ପାଳନ କରିଛନ୍ତି । ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସାମୁହିକ ପ୍ରାର୍ଥନା ଓ ନୃତ୍ୟ ଗୀତରେ ପ୍ରକମ୍ପିତ ହେଉଛି । ଅନ୍ୟପଟେ ଆଦିବାସୀ ନେତା ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଡିସେମ୍ବର ୨୦୦୭ ମସିହାରେ କୁଇ ସମାଜ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ, ବାରଖମାରେ ଏକ ରାଲିରେ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ହତ୍ୟାର ଶିକାର ହୋଇଥିଲେ ଖଗେଶ୍ୱର ମଳିକ । ସେହି ଦିନକୁ ମନେ ପକାଇବା ପାଇଁ ଏବଂ ଆଦିବାସୀ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଦୀର୍ଘ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ କରି କରି ଆସୁଛି । ପାରମ୍ପରିକ ରୀତିନୀତିରେ ଶହୀଦ ଖଗେଶ୍ୱରଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଅଞ୍ଚଳର ସମସ୍ତ ଆଦିବାସୀ ନେତା ଯୋଗଦେଇ ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିଜ ଅଧିକାର ପାଇଁ ଖଗେଶ୍ୱରଙ୍କ ଭଳି ପ୍ରାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ, ସମ୍ମାନିତ ଅତିଥି ଭାବେ ରେବୀଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ, କୁଇ ସମାଜ ସଭାପତି ଧନସିଂ ମାଝୀ, ଯୁଗେଶ୍ୱର ମାଝୀ, ମନୋଜ ମଳିକ, ଶ୍ରୀକାନ୍ତ ମଳିକ, ସିଲି ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ପାର୍ଥବ କହଁର ଓ ରଘୁନାଥ ମଳିକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

jay balangir
Leave A Reply

Your email address will not be published.

1 + fourteen =