ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ପଞ୍ଚାୟତ ସଭାଗୃହ ଠାରେ ଏରିଆ ପାକ୍ଷୀକ ଖବର କାଗଜ ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଡ. ରଶ୍ମୀ ରଞ୍ଜନ ମିଶ୍ର, ସମାଜସେବୀ ବିଭୂତି ସାହୁ, ବିରଞ୍ଚି ସାହୁ, ପ୍ରଗତି ମହିଳା ମଣ୍ଡଳର ସଭାନେତ୍ରୀ ଡଲି ମିଶ୍ରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ ଏବଂ ଏରିଆ ଖବରର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ସଭାଗୃହରେ ପ୍ରବେଶ କରି ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଆନୁଷଙ୍ଗିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ସହିଦ ମାନସ ରଞ୍ଜନ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅତିଥିମାନଙ୍କ ଉପସ୍ଥିତିରେ ଖବର କାଗଜର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵନକ୍ଷତ୍ର ପାଳନ ପୂର୍ବରୁ ତାଳଚେର ସରକାରୀ ଆଇଟିଆଇ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.