oom

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

jsmm
  • ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ଉପରେ ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼. ସୁରେଶ ଚନ୍ଦ୍ର ଦଳେଇ, ଭାରପ୍ରାପ୍ତ ସେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ନିର୍ବାଚନ ସମ୍ୱନ୍ଧୀୟ ୧୭ ବର୍ଷରୁ ଅଧିକ ବୟସ୍କଙ୍କ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼. ଶ୍ରୀ ଦଳେଇ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣର ସ୍ଥିତି, ଅଗ୍ରଗତି ଓ ଆଧାର ସଂଯୋଗୀକରଣ ସହ ମୃତ ଓ ସ୍ଥାନାନ୍ତର ଭୋଟରଙ୍କୁ ତାଲିକାରୁ ବାଦ୍‌ କରିବା ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣକୁ ଶତ ପ୍ରତିଶତ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ରାଜସ୍ୱ ଆୟୁକ୍ତଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଡେପୁଟି କଲେକ୍ଟର ଶ୍ରୀମତୀ ଯଶସ୍ୱିନୀ ପୃଥାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.