oom

ରୋଟାରୀ ପବ୍ଲିକ୍ ସ୍କୁଲ, ବରଗଡ଼ ପାଇଁ ଗୌରବ ଆଣିଲେ ପ୍ରିୟାଂଶୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଉଚ୍ଚ ନ୍ୟାୟାଳୟ, କଟକ କନଫରେନ୍ସ ହଲ୍‌ରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଗତକାଲି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟରୁ ମନୋନୀତ ହୋଇଥିବା ୧୨ ଜଣ କୁନି ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ ପବ୍ଲିକ୍ ସ୍କୁଲ, ବରଗଡ଼ର ଦଶମ ଶ୍ରେଣୀର ଛାତ୍ରୀ ପ୍ରିୟାଂଶୀ ପଟ୍ଟନାୟକ ଏହି ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ବିଦ୍ୟାଳୟ ତଥା ବରଗଡ଼ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ‘ପ୍ରକୃତି ଓ ବନ୍ୟ ଜନ୍ତୁ’ ବିଷୟ ବସ୍ତୁ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୭୪୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମନୋନୀତ ହୋଇଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କ ଚିତ୍ରକଳାକୁ ନେଇ ନୂତନ ବର୍ଷ ୨୦୨୩ର ଯୁଡ଼ିସିଆଲ୍ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ପ୍ରିୟାଂଶୀଙ୍କ ଚିତ୍ରକଳା ଡିସେମ୍ବର ମାସ ୨୦୨୩ରେ ସ୍ଥାନିତ ହୋଇଛି । ନିଜର କୃତିତ୍ୱର ଶ୍ରେୟ ସେ ପିତାମାତା, ଗୁରୁଜନ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଉକ୍ତ ସମାରୋହରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲିଧର, ବିଶିଷ୍ଟ ଚିତ୍ରଶିଳ୍ପୀ ରବିନାରାୟଣ ରଥ, ପ୍ରଫୁଲ୍ଲ ମହାନ୍ତି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି ତଥା ଉଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ତଥା ଉତ୍ସାହିତ କରିଥିଲେ । ପ୍ରିୟାଂଶୀଙ୍କୁ ପୁରସ୍କାର ସ୍ୱରୂପ ନିଜ ନାମ ଖୋଦିତ ମେଡ଼ାଲ, ମାନପତ୍ର, ଚିତ୍ରାଙ୍କନ ସାମଗ୍ରୀ ତଥା ନଗଦ ୨ ହଜାର ଟଙ୍କା ରାଶି ପ୍ରଦାନ କରାଯାଇଥିଲା । ସମସ୍ତେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.