
ବ୍ରହ୍ମପୁର, (କେପିଏନ୍ଏସ୍) : ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଗତ ଅଗଷ୍ଟ ମାସରେ ସ୍ୱାଧୀନତା ଦିବସ ଅବସରରେ ସତ୍ୟ ୧ ମିଲିମିଟରର ଜାତୀୟ ପତାକା ନିର୍ମାଣ କରିଥିଲେ । ଏହାକୁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ନିମନ୍ତେ ଆବେଦନ କରିଥିଲେ । ଅଗଷ୍ଟ ୨୯ ତାରିଖରେ ଏହା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା ।
ପରେ ସେ ଏହି କ୍ଷୁଦ୍ରତମ ତ୍ରିରଙ୍ଗାକୁ ଏସିଆ ବୁକ ରେକର୍ଡରେ ସ୍ଥାନ ଦେବା ନିମନ୍ତେ ସେପ୍ଟମ୍ବର ୭ ତାରିଖରେ ଆବେଦନ କରିଥିଲେ । ବର୍ତ୍ତମାନ ସତ୍ୟଙ୍କ ଏହି କଳାକୃତି ଏସିଆ ବୁକ ଅଫ ରେକର୍ଡ ହାସଲ କରିଛି ।