oom

ମନରେଗା ମଜୁରୀ ମାଗିବାରୁ ୱାର୍ଡ଼ ସଭ୍ୟା ଶ୍ରମିକ ଓ ବିଧବା ମା’ଙ୍କୁ ଚପଲରେ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଅଧୀନସ୍ଥ ପିପଲବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପିପଲବାହାଲ ଗ୍ରାମର ଥବିର ମେହେର ନାମକ ଏକ ଯୁବକ ମନରେଗା ଯୋଜନାରେ କାମ କରିଥିବା ମଜୁରୀ ଟଙ୍କା ମାଗିବାରୁ ଗ୍ରାମର ୱାର୍ଡ ସଭ୍ୟ ଟିନି ମେହେର ଓ ତାଙ୍କ ଶ୍ୱଶୁର ମିଶି ଉକ୍ତ ଯୁବକ ଓ ତାଙ୍କ ବିଧବା ମା’ଙ୍କୁ ଦୁହେଁ ମାଡ ମାରିଥିବା ନେଇ ଲାଠୋର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପିପଲବାହାଲ ଗ୍ରାମର ଥବିର ମେହେର ଚଳିତ ୨୦୨୨ ସେପ୍ଟେମ୍ବର ମାସରେ ମନରେଗା ଯୋଜନାରେ ସାମିଲ ହୋଇ ସଦର ଗ୍ରାମ ଠାରେ ଚାଲିଥିବା ଝିରେଲଡୁଙ୍ଗରି ଠାରେ ଗାତ ଖୋଲା କାମରେ ନିୟୋଜିତ ହୋଇ ୩୩ ଦିନ କାମ କରିଥିଲେ, ତହିଁ ମଧ୍ୟରୁ ସେ ୨୯ ଦିନର ମଜୁରୀ ଟଙ୍କା ପାଇଥିଲେ ବାକି ୪ ଦିନର ବଳକା ଟଙ୍କା ପାଇ ନ ଥିଲେ । ବାରମ୍ବାର ଗାଁ ସାଥୀ ସୁଦର୍ଶନ ସେଠଙ୍କୁ ଟଙ୍କା ପାଇବା ଆଶାରେ ଯୋଗାଯୋଗ ରଖିଥିଲେ । ହେଲେ ରବିବାର ଦିନ ପୁଣି ଗାଁ ସାଥୀଙ୍କୁ ଟଙ୍କା ବାବଦରେ କହିବାରୁ ସେ ଗାଁ ସାଥୀ ଜଣକ ବିରକ୍ତି ହୋଇ ଯା ୱାର୍ଡ ମେମ୍ବରକୁ ମାଗିବୁ ତୋ ପଇସା ସେ ଜାଣିବ ବୋଲି କହିବାରୁ ସେ ୱାର୍ଡ ସଭ୍ୟ ଘରକୁ ଯାଇ ନିମ୍ନ ଟଙ୍କା ବିଷୟରେ ବୁଝା ସୁଝା କରିଥିଲେ । ଦୁହିଁଙ୍କ ମଧ୍ୟରେ ଟିକିଏ ବଚସା ମଧ୍ୟ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ୱାର୍ଡ ସଭ୍ୟ ଟିନି ମେହେର ଓ ତାଙ୍କ ଶ୍ୱଶୁର ଉଦ୍ଧବ ମେହେର ଥବିରଙ୍କ ଘରକୁ ଆସି ସିଧାସଳଖ ଆକ୍ରମଣ କରିଥିଲେ । ପୁଅକୁ ଚପଲରେ ମାଡ ମାରୁଥିବା ଦେଖି ବୃଦ୍ଧା ବିଧବା ମା’ ହେମା ମେହେର ସୁରକ୍ଷା ଦେବାରୁ ଉକ୍ତ ବୃଦ୍ଧା ବିଧବା ମହିଳାଙ୍କୁ ମଧ୍ୟ ସେମାନେ ଜୋରରେ ମାଡ ଦେଇଥିବାରୁ ସେ ଅଚେତ ହୋଇଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଜଣେ ଜନ ପ୍ରତିନିଧିଙ୍କ ଏପରି ଆଚରଣକୁ ଗ୍ରାମବାସୀମାନେ ଦୃଢ଼ ନିନ୍ଦା କରୁଛନ୍ତି । ଅନ୍ୟପଟେ ଦୁଇ ପକ୍ଷରୁ ଥାନାରେ ଏତଲା ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.