pakka

ବ୍ରାଉନସୁଗାର ଜବତ, ୧ ଗିରଫ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚଢ଼ାଉ କରି ୯୬ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ପ୍ରଦୀପ୍ତ ସ୍ୱାଇଁଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୯,୬୦,୦୦୦ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା, ସ୍ୱୟଂପ୍ରଜ୍ଞା ସୁଭଦର୍ଶନୀ ନାୟକ ଏବଂ ଅବକାରୀ କର୍ମଚାରୀ ଦୀନବନ୍ଧୁ ବାରିକ, ତପନ ପ୍ରଧାନ, ପ୍ରବୀନ ବିରାଜ କିରୋ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

four × three =

error: Content is protected !!