ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବରଗଡ଼, (ନିରୋଜ କୁମାର ପାଣୀ) : ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶ୍ରୀହରିନଗରର ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଗଣିତ ଶିକ୍ଷକ ଡ଼ୋଲାମଣୀ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୯୭ ବର୍ଷ ବ୍ୟାଚ୍‌ର ଛାତ୍ରଛାତ୍ରୀ ନେତୃତ୍ୱ ନେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ଦାସ ସଭାପତିତ୍ୱ କରିଥିଲେ । ଏହି ସଭାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଜ ଗୁରୁଙ୍କ ପଦ ଧୌତ କରି ଉପଢୌକନ ଫୁଲହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉ କି, ଶ୍ରୀ ସାହୁ ଗତ ୩୬ ବର୍ଷ ଧରି ଶିକ୍ଷାଦାନ କରି ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି । ସେ ବରଗଡ ସହରରେ ଜଣେ ଅଭିଜ୍ଞ ଗଣିତ ଶିକ୍ଷକ ଭାବେ ଜଣାଶୁଣା । ଗତ ଆଠ ବର୍ଷ ହେଲା ସେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ଶିକ୍ଷୟିତ୍ରୀ ରିନା ପ୍ରଧାନଙ୍କ ସଂଯୋଜନାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିକି ପ୍ରଧାନ, ଆକାଶ ସାହୁ, ଆରତି ତରିଆ, ପରିତୋଷ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ହଜାରେରୁ ଅଓିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭା ଶେଷ ହେବା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ସମସ୍ତେ ବେହେରାପାଲି ଗ୍ରାମକୁ ଛାଡିବାକୁ ଆସିଥିଲେ । ଗ୍ରାମବାସୀଙ୍କ ତରଫରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ, ଲଲିତ କୁମାର ସାହୁ, ଜନାର୍ଦ୍ଦନ ସାହୁ, ହେମସାଗର ସାହୁ, କେଦାରନାଥ ସାହୁ ପ୍ରମୁଖ ସ୍ୱାଗତ କରିଥିଲେ । ଗାୟକ ଯାମିନୀ ବାରିକ ନିଜ ସୁମଧୁର କଣ୍ଠରେ ବିଦାୟ ସଂଗୀତ ଗାନ କରିଥିଲେ । ଏହାପରେ ସାଙ୍ଗରେ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ଶ୍ରୀ ସାହୁଙ୍କୁ ଗ୍ରାମ ପରିକ୍ରମା ସହ ମନ୍ଦିର ଦର୍ଶନ କରାଇ ତାଙ୍କ ଘରକୁ ନେଇ ଥିଲେ ।

Leave A Reply

Your email address will not be published.