ଫେରାର ଥିବା ବ୍ରାଉନସୁଗାର ବେପାରୀ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଏକ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲ୍ଲାର ଚୋରା ବ୍ରାଉନସୁଗାର ଚାଲାଣକାରୀ ସାଗର ବହାଦୁରଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ସହର ଉପକଣ୍ଠ ଡୁରା ଛକରୁ ଗିରଫ କରିଛି । ତାଙ୍କୁ ପଚରା ଉଚରା ଜାରି ରହିଥିବା ସୂଚନା ମିଳିଛି । ଘଟଣାରେ ଅନେକ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ଅବକାରୀ ବିଭାଗ ତନାଘନା ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.