pakka

ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ଏଡ୍‌ସ ଦିବସ ୨୦୨୨ ପାଳିତ

bbehera

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ, ଜିଲ୍ଲା ଏଡ୍‌ସ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (ଡିଏପିଏସ୍‌ୟୁ) ଏବଂ ଅନ୍ୟମାନଙ୍କ ସହଯୋଗରେ ବିଶ୍ଵ ଏଡ୍‌ସ ଦିବସ ୨୦୨୨ ପାଳିତ ହୋଇଯାଇଛି ।

ଏହି ଅବସରରେ ଜେଏସ୍‌ପି ଫାଉଣ୍ଡେସନର କ୍ଷେତ୍ର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ମହାମାରୀର ପରିଣାମ ବିଷୟରେ ଅବଗତ କରାଇଥିଲେ ଏବଂ ଲୋକଙ୍କୁ ଏହି ମହାମାରୀରୁ କିପରି ନିଜକୁ ରକ୍ଷା କରାଯାୟୀ ପାରିବ ସେଥି ସମ୍ବନ୍ଧରେ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜେଏସ୍‌ପି ଫାଉଣ୍ଡେସନ୍‌ର କର୍ମକର୍ତ୍ତାଙ୍କ ସହ ସାଥୀ ହୋଇ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ୨୦୦୦୦ରୁ ଅଧିକ ଲାଲ୍ ରିବନ୍ ଟ୍ୟାଗ୍ କରି ସମସ୍ତ କର୍ମଚାରୀ, ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଲଗାଇବା ସହ ଏଚ୍.ଆଇ.ଭି. ସଂକ୍ରମିତଙ୍କ ପ୍ରତି ସମବେଦନା ଜ୍ଞାମ୍ପନ କରିଥିଲେ ।

ଏଡ୍‌ସ ଏବଂ ଏହାର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜେଏସ୍‌ପି ଫାଉଣ୍ଡେସନ୍ ପକ୍ଷରୁ ବହୁ ସଂଖ୍ୟକ ପୋଷ୍ଟର, ବ୍ୟାନର, ଷ୍ଟିକର ଇତ୍ୟାଦି ମଧ୍ୟ କରଯାଇ ଜିଲ୍ଲାର ବିଭିନ୍ନ ସ୍ଥନରେ ଲଗାଯାଇଥିଲା । ଟ୍ରକ୍ ଡ୍ରାଇଭରମାନଙ୍କୁ ବ୍ୟକ୍ତିଗତ ପରାମର୍ଶ ସହାୟତା ଯୋଗାଇବା ପାଇଁ ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି) ସାହାଯ୍ୟରେ ଏକ ଶିବିରର ଆୟୋଜନ କରାଯାଇଥିଲା ଏବଂ ବିଭିନ୍ନ ଟ୍ରକରେ ଏଚ୍‌ଆଇଭି ସହାୟତା ନମ୍ବର ଥିବା ଷ୍ଟିକର ଲଗାଯାଇଥିଲା ।

ରାସ୍ତାଘାଟ ସଚେତନତା କାର୍ଯ୍ୟକ୍ରମ ଭାବରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକ ନୃତ୍ୟ (ଡାଲଖାଇ ନୃତ୍ୟ) ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଜେଏସ୍‌ପି ଫାଉଣ୍ଡେସନ ଦ୍ୱାରା ଏକ ସାଧାରଣ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏଚ୍‌ଆଇଭି/ଏଡ୍‌ସର ମୁକାବିଲା ପାଇଁ ଏକ ନୈତିକ ଭାଗିଦାରୀ ଭାବରେ ଜେଏସ୍‌ପି ଅନୁଗୁଳ ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ସୋସାଇଟି ସହିତ ନିଯୁକ୍ତିଦାତା ଆଧାରିତ ମଡେଲରେ ସ୍ୱାକ୍ଷର କରିଅଛି ଏବଂ ଆଜି ପର୍ଯ୍ୟନ୍ତ ୪୭୬୯୮୬ ଜଣଙ୍କୁ ଏଚ୍‌ଆଇଭି ପରାମର୍ଶ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ୪୪୯୭୧୩ ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି ।

jay balangir
Leave A Reply

Your email address will not be published.

2 × four =

error: Content is protected !!