oom

ଶାସ୍ତ୍ରୀ ନଗରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ଵ ଏଡ୍‌ସ ଦିବସ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି “ବିଶ୍ଵ ଏଡ୍‌ସ ଦିବସ” ୨୦୨୨କୁ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ମଧ୍ୟରେ ପାଳନ କରାଯାଇଛି । ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନବରତ କାର୍ଯ୍ୟକ୍ରମ ଓ ଅଭିଯାନର ବ୍ୟାପକ ସଚେତନତା କ୍ରମେ ଏଚ୍‌ଆଇଭି – ଏଆଇଡିଏସ୍‌ ଆଉ ଏକ ମାରାତ୍ମକ ବ୍ୟାଧି ହୋଇ ରହିନାହିଁ (ଲୋକଙ୍କ ମଧ୍ୟରେ ଅଧିକ ସଚେତନତା, ସ୍କୁଲ, କଲେଜରେ ବିଭିନ୍ନ ଅନୁନ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ) ପାଇଁ ଏହା ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଏକ ଆଶାର କିରଣ ସଂଚାର ହୋଇପାରିଛି ଓ ଏହା ପାଇଁ ଆମେ କିଛି ସାମାନ୍ୟ ସତର୍କତା ଅବଲମ୍ବନ କଲେ ଉକ୍ତ ମହାବ୍ୟାଧିକୁ ଏଡାଇ ଦେଇ ପାରିବା ବୋଲି ସତ୍ୟ ରଞ୍ଜନ ମିଶ୍ର ଓ ରବିରଞ୍ଜନ ପୂଜାରୀ (ନିର୍ଦ୍ଧେଶକ, ଚେୟାରମ୍ୟାନ- ନେସନାଲ ପିସ ଊନୀସନ) ସଭାରେ ଯୋଗଦାନ କରି ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଉପରୋକ୍ତ ସଭାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି), ଶାସ୍ତ୍ରୀ ନଗରର ସଦସ୍ୟ, ସଦସ୍ୟା ଡା. ସଂଧ୍ୟା ରାଣୀ ଖୁଣ୍ଟିଆ, ଶ୍ରୀମତୀ ରେଖା ଅଗ୍ରୱାଲ, ମାମି ସିଂଦେଓ, ରୋଜାଲିନା ହୋତା, ସୁଶ୍ରୀ ରୋନି ବଗର୍ତି, ସତ୍ୟବ୍ରତ ପ୍ରଧାନ, ବିପିନ ବିହାରି ସେଟ, ମଣିଭଦ୍ର ପଧାନ, ଦାଶରଥି ପଟେଲ ଇତ୍ୟାଦି ଯୋଗଦାନ କରି ଏଡ୍‌ସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ନିଜ ସକ୍ଷମ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.