oom

ଚମାଖଣ୍ଡି ଓ ଟାଙ୍ଗଣାପଲ୍ଲୀ ଗ୍ରାମାଞ୍ଚଳରେ ମାଣବସା ଗୁରୁବାରର ୪ର୍ଥ ପାଳି

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାର୍ଗଶୀର ମାସର ୪ର୍ଥ ପାଳି ଗୁରୁବାର ଦିନ ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ, ଚମାଖଣ୍ଡି, ବଳରାମପୁର, କୃଷ୍ଣଚନ୍ଦ୍ର ନଗରଢ଼ିହ ନରେନ୍ଦ୍ରପୁର, ସୁନ୍ଦରପୁର, ଦୂଆନପଲ୍ଲୀ, ନରସିଂହପୁର, ରଘୁନାଥପୁର, ଭିକାରିପଲ୍ଲୀ, ଗୋବିନ୍ଦପୁର, ଲକ୍ଷ୍ମୀପୁର, ନାଉଳି, କରାପଲ୍ଲୀ ଜଗନ୍ନାଥପୁର ବଉଳଗାଁ, ମ‌ହାନାଦପୁର, ବିପୁଳିଙ୍ଗୀ, ସରଭୀମପୁର, ନୂଆପଲ୍ଲୀ ଅର୍ଜୁନପଲ୍ଲୀ ଆଦି ପ୍ରମୁଖ ଗ୍ରାମାଞ୍ଚଳରେ ପାରମ୍ପରିକ ଭାବେ ମାର୍ଗଶୀର ମାସର ୪ର୍ଥ ପାଳି ଗୁରୁବାର ପାଳନ ହୋଇଯାଇଛି । ପ୍ରତ୍ୟୁଷରୁ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଗାଁ ଦାଣ୍ଡ ହୁଳାହୁଳି ଧ୍ୱନିରେ ଉତ୍ସବ ମୁଖର ହୋଇ ଉଠିଥିଲା । ପୂର୍ବଦିନ ମହିଳାମାନେ ଦାଣ୍ଡଦ୍ୱାର ଓ ଦ୍ୱାର ସମ୍ମୁଖରେ ଗୋମୟ ଲିପି, ତହିଁରେ ଗେରୁ ମାଟି ଲିପି, ଅରୁଆ ଚାଉଳ ବାଟି, ଚିତା-ଝୋଟିରେ ଘର ଦ୍ୱାର ସଜାଇ ରଖିଛନ୍ତି । ଲିପାବେଦି ଭଳି କରି ତହିଁରେ ଲକ୍ଷ୍ମୀପାଦ, ପଦ୍ମଫୁଲ ସଜାଇଥିଲେ । ଘଡ଼ି ଅନ୍ଧାର-ଭୋରରୁ ଗ୍ରାମୀଣ ମହିଳାମାନେ ପୋଖରୀରୁ ଗାଧୋଇ ଆସି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ସାରି ଘରେ ପ୍ରାଚୀନ ପରମ୍ପରାର ବିଭିନ୍ନ ସାମଗ୍ରୀ ଭାତ କ୍ଷିରୀ, ଖେଚୁଡ଼ି, ପିଠାପଣା, ଶାଗ, ମୁଗ, ମହୁରପୁଳି ଆଦି ବ୍ୟଞ୍ଜନ ଭରି ଠାକୁର ଘରେ ମହାଲକ୍ଷ୍ମୀଙ୍କୁ ଭୋଗ ବାଢ଼ିଥିଲେ । ଠାକୁରଙ୍କ ଖଟୁଳି ପାଖରେ ମୂଳା, ଆଖୁ, କଦଳୀ, ନଡ଼ିଆ, ଫୁଲଫଳ, ଦୁବଘାସ, ଅଙ୍ଗୁର, କୋଳି, କମଳା ବାଢ଼ିଥିଲେ । ମହାଲକ୍ଷ୍ମୀ ପୁରାଣ, ପୂଜାପାଠ ସହ ମନ୍ତ୍ରଧୂନି ସହ ପ୍ରତ୍ୟେକ ଗୃହିଣୀମାନଙ୍କ ହୁଳାହୁଳି ଧ୍ୱନିରେ ଗାଁରେ କମ୍ପନ ମୁଖରୀତ ହୋଇଥିଲା ।

jittmm
Leave A Reply

Your email address will not be published.