ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଏସ୍‌ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁବ ରେଡକ୍ରସ ଓ ରେଡ୍‌ରିବଡ କ୍ଲବ ପକ୍ଷରୁ ଏଡ୍‌ସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ରଶ୍ମିରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ଶର୍ମିଷ୍ଠା ବଳ, ଅନିତା ଦାସ ଯୋଗ ଦେଇ ଏଡ୍‌ସର ଭୟାବହତା, ଏହାର ସଂକ୍ରମଣ ଓ ନିରାକରଣ ସମ୍ବନ୍ଧରେ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନୀଳେଶ ପାରେଖ, ବବିତା ଦାଶ, ଅକ୍ଷୟ ପ୍ରଧାନ, ଲକ୍ଷ୍ମଣ ବାରିକ, ମହମ୍ମଦ ସଲମନ ଖାନ୍‌, ଦମୟନ୍ତୀ ଭୋଇ, ଝିଙ୍କି ଧରୁଆ, ସୁନୀତା ଦାସ, ମୁରଲୀଧର ମେହେର, ଯୁଗଳ କିଶୋର ବେହେରା, କ୍ଷୀରୋଦ୍ର ରଣା, ଅସୀମ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.