ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ଡାକବଙ୍ଗଳା ଛକ ସ୍ଥିତ ମା’ ବସ୍ତ୍ରେନ ମନ୍ଦିର ସମ୍ମୁଖରେ ଚତୁର୍ଥ ବାର୍ଷିକ ନବାହ ପାରାୟଣ ପାଇଁ ପରିଚାଳନା କମିଟି ଗଠିତ ହୋଇଯାଇଛି । ଏଥିରେ ମାର୍କଣ୍ଡ ମେହେର ସଭାପତି, କୁନା ସାହୁ ଉପସଭାପତି, ଅବସରପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ପରୁଆ ସମ୍ପାଦକ, ଆହ୍ଲାଦ ମେଲ୍ଲୀ ସହସମ୍ପାଦକ, ଗଣେଶ ମେହେର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଯଜ୍ଞକର୍ତ୍ତା ଭାବେ ହୃଦାନନ୍ଦ ଗଡତ୍ୟା ଓ ପତ୍ନୀ ଗୀତାଞ୍ଜଳି ଗଡତ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ କୁତୁର୍ଲା ସରପଞ୍ଚ ତେଜ ହରପାଲଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ତଥା ଆଖପାଖ ଗାଁର ଲୋକେ ଉପସ୍ଥିତ ଥିଲେ ।
Next Post