pr

ଭଦ୍ରକ ବାଲେଶ୍ଵର କୋ-ଅପରେଟିଭ ବ୍ୟାଙ୍କର ଉପସଭାପତି ହେଲେ ରଞ୍ଜିତା

dr. purohit

ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନ ମାଟିଆଳି ଲ୍ୟାମ୍ପ ଡିରେକଟର ରଂଜିତା ସିଂ ଭଦ୍ରକ ବାଲେଶ୍ଵର କୋପେରିଟିଭ ବ୍ୟାଙ୍କର ଉପ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଭଦ୍ରକ ବାଲେଶ୍ଵର କୋପେରିଟିଭ ବ୍ୟାଙ୍କର ସଭାପତି ଗଣେଷ ମହାପାତ୍ର, ୧୩ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଜିଲ୍ଲା ବିଜେଡି ଯୁବ ସଭାପତି ତାପଶ ପରିଡା, ବିଜେଡିନେତା କୃତିବାସ ବେହେରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ନିର୍ବାଚନରେ ନୀଳଗିରି ନିର୍ବାଚନ ମଣ୍ଡଳୀକୁ ଅଗ୍ରାଧିକାର ଦେଇଥିବାରୁ ବିଜେଡି ନେତା ସନ୍ତୋଷ ଖଟୁଆ ଜିଲ୍ଲା ତଥା ରାଜ୍ୟ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ନବ ନିର୍ବାଚିତ ଉପ ସଭାପତି ରଞ୍ଜିତା ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ସେହିପରି ବିଜେଡି ବ୍ଲକ ସଭାପତି ବିଜୟ ଲେଙ୍କା, ଏନ୍‌ଏସି ସଭାପତି ରବୀନ୍ଦ୍ର ପରିଡା, ଏସ୍‌ସି ସେଲର ସଭାପତି ଶରତ ଦାସଙ୍କ ସମେତ ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଏନ୍‌ଏସି ଚେୟାରମ୍ୟାନ ଅମ୍ବିକା ଦାସ, ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣମଞ୍ଜରୀ ସିଂ, ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂ ମଧ୍ୟ ଶୁଭେଛା ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.