ପୂଜାରିଗୁଡା ନଦୀପଠାରୁ ନରକଙ୍କାଳ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନସ୍ଥ ମେକା ପଞ୍ଚାୟତ ନିକଟ ବତ ପୂଜାରୀ ଗୁଡା ନଦୀପଠାରୁ ରବିବାର ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ପୁଲିସ ଜାଣିବାକୁ ପାଇଛି । ସୂଚନା ଅନୁସାରେ ଗତ ମାସକ ତଳେ ପୂଜାରୀ ଗୁଡା ଗ୍ରାମର ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ତାଙ୍କ ନିଖୋଜ ସମ୍ପର୍କରେ ମାଥିଲି ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ରବିବାର ପୂଜାରିଗୁଡା ନଦୀକୁ ସନ୍ଧ୍ୟାରେ କିଛି ଲୋକ ମାଛ ଧରିବାକୁ ଯାଇ ଦେଖିଥିଲେ ନଦୀପଠାରେ ଏକ ନର କଙ୍କାଳର ଅବଶେଷ ପଡିଛି । ସେମାନେ ଭୟଭୀତ ହୋଇ ଗ୍ରାମରେ ଓ ମାଥିଲି ଥାନାରେ ଜଣାଇଥିଲେ । ଉଦ୍ଧାର ହୋଇଥିବା ନର କଙ୍କାଳ ନିକଟରୁ ସାର୍ଟ ଗାମୁଛା ଦେଖି ପୂଜାରିଗୁଡା ଗ୍ରାମରୁ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କର ବୋଲି ସେହିଗ୍ରାମର ଜଣେ ଯୁବକ ଚିହ୍ନଟ କରିଥିଲେ । ଉଦ୍ଧାର ନର କଙ୍କାଳଟି ପୂଜାରୀଗୁଡା ଗ୍ରାମର ଗୁପ୍ତ ଗୁଦୁଚେଲିଙ୍କ ନିଖୋଜ ବାପା ଲକ୍ଷ୍ମଣ ଗୁଦୁଚେଲି(୪୫) । ସେ ଗତ ଜୁଲାଇ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ ବୋଲି ମାଥିଲି ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ କହିଛନ୍ତି । ନର କଙ୍କାଳକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ସଂସ୍କାର କରିଥିବାର ଜଣାପଡିଛି ।

Leave A Reply

Your email address will not be published.