ଭୁବନେଶ୍ୱର, (କେପିଏନ୍ଏସ୍) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସିଙ୍କ ଜାତି ଆଧାରିତ ଜନଗଣନା କରା ନ ଯିବା ପ୍ରତିବାଦରେ ଏହି ଡାକରା ଦିଆଯାଇଛି । ସେହିପରି ଇଭିଏମ୍ ଟେମ୍ପରିଂ, ଏନ୍ଆର୍ସି/ଏନ୍ପିଆର/ସିଏଏ, ଜଳ-ଜଙ୍ଗଲ-ଜମିରୁ ଆଦିବାସୀଙ୍କୁ ବିସ୍ଥାପନର ପ୍ରତିବାଦ ସାଙ୍ଗକୁ କୃଷକଙ୍କ ପାଇଁ ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନ, ବେସରକାରୀ କ୍ଷେତ୍ରରେ ଏସ୍ସି, ଏସ୍ଟି, ଓବିସିଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା, ପୁରୁଣା ପେନସନ୍ ସ୍କିମ୍ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରାଯାଇଛି । ପଶୁ ଓ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ଓବିସିଙ୍କର ଜନଗଣନା କରାଯାଉ ନ ଥିବା ନେଇ ମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଏହିକ୍ରମରେ ରାଜ୍ୟରେ ମଧ୍ୟ ମୋର୍ଚ୍ଚାର ଓଡ଼ିଶା ଶାଖା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।