ସତ୍ୟନାରାୟଣ ମିଶ୍ରଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗନ ଜାତୀୟ ପୁରସ୍କାର

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଓଲିନ୍ଦା ଗ୍ରାମର ଡ଼ଃ ସତ୍ୟନାରାୟଣ ମିଶ୍ରଙ୍କୁ ଶ୍ରେଷ୍ଠ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୩ ତାରିଖରେ ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଡ଼ଃ ମିଶ୍ରଙ୍କୁ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ କରାଯିବ ।

ସେ ଓଲିନ୍ଦା ଗ୍ରାମର ସ୍ୱର୍ଗତ ବେଣୁଧର ମିଶ୍ର ଓ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସନ୍ତାନ ଅଟନ୍ତି । ଏବେ ସେ ଭୁବନେଶ୍ୱର ଠାରେ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଅଭିଲେଖାଗାରର ଅଭିଲେଖାଧାରୀ ରୂପେ କାର୍ଯ୍ୟ କରୁଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅଭିନନ୍ଦନ କରିଛନ୍ତି ।

Leave A Reply

Your email address will not be published.