csstore

ଆମ୍ ଆଦମୀ ପାର୍ଟିର ୧୦ତମ ସ୍ଥାପନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆମ୍ ଆଦମୀ ପାର୍ଟିର ୧୦ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସ୍ଥିତ ୧୮ ନମ୍ବର୍ ୱାର୍ଡ ବିଜାଖମନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଦାଶିବ ମେହେର, ଜୟପ୍ରକାଶ ମିଶ୍ର, କାହ୍ନୁ କରନ୍, ଅଶୋକ ସୁନା, ଅମନ୍ ମହାପାତ୍ର, ଅରୁଣ ଖଡିଆ, ରାଜେନ୍ଦ୍ର ବାଙ୍କ, ସମ୍ରାଟ ଭୋଇ, ଅଜୟ ତ୍ରିପାଠୀ, ମନିଷ ଠାକୁର୍, ଦୀପା ନାଗ, ସୁଦାମ, ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

jayashree
Leave A Reply

Your email address will not be published.