csstore

ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ମହିଳା ମହାବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋରଂଜନ ମିଶ୍ର, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ନରସିଂହା କୁମାର, ତାଲିମ ଦାତା ଅଶୋକ କୁମାର ମେହେର ଓ ଅଧ୍ୟାପକ ଦେବଦତ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବିଧାନକୁ ନେଇ ସଚେତନତା ହେବା ଓ ଭୋଟ ଅଧିକାରକୁ ଠିକ ଭାବେ ସାବ୍ୟସ୍ତ କରିବା ଉପରେ ମୁଖ୍ୟ ଅତିଥି କହିଥିଲେ । ପୂର୍ବରୁ ସମ୍ବିଧାନକୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏନଏସଏସର ଡିପିଓ ହେମନ୍ତ କୁମାର ମଲ୍ଲିକ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲେଖାପାଳ ବିପିନ ବିହାରୀ ଜେନା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବଳିଆର ସିଂ ବସ୍ତିଆ, ସନତ ପଟେଲ ଓ କବି ବିଶ୍ୱାଲ ।

jayashree
Leave A Reply

Your email address will not be published.