lika

ଜେକେ କଲେଜରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

gbag

କଳାହାଣ୍ଡି, (ନରୋତ୍ତମ ସେଲମା) : ଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିର୍ଦେଶକ୍ରମେ କଳିଙ୍ଗ କୁସୁମ ଓ ଭାରତୀୟ ଷ୍ଟେଟବ୍ୟାଙ୍କର ସହଯୋଗରେ ରିସିଡା ସ୍ଥିତ ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୫୦ଟି ବୃକ୍ଷ ଲଗାଇବାର ଯୋଜନା ରହିଛି ଏହି କାର୍ଯ୍ୟକ୍ରମରେ ରିସିଡା ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା (ସିନୁ), ଏସ୍‌ବିଆଇ କରଲାମୁଣ୍ଡା ଶାଖାର ଚୈତନ୍ୟ ପ୍ରଧାନ, ଜିଲ୍ଲା ଯୁବ ବିଜେଡ଼ି କାର୍ଯ୍ୟକାରୀର ସଦସ୍ୟ ଚିନ୍ମୟ ମିଶ୍ର, ନାଏବ ସରପଞ୍ଚ ନରେଶ ଦାଶ, କଲେଜ ଲାଇବେରୀ ଚିନ୍ମୟ ରଣା, ଯୁବ ବିଜେଡ଼ି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା (ସୋନୁ), ବ୍ଲକ ଛାତ୍ର ସଭାପତି ସଲିମ ଶେଖର ରଣା, ମନୋଜ ରଣା, ତାରାଚନ ପୋଡ଼, ଚିତ୍ତ ରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

babaa
Leave A Reply

Your email address will not be published.