ଲୁର୍କୀ ଧନୁଯାତ୍ରା କମିଟି ଗଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଲୁର୍କୀ ଗ୍ରାମରେ ୧୪୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଗୁରୁବାର ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଚେଳାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ କମିଟି ଗଠନ କରାଯାଇଛି । ସରୋଜ ପ୍ରଧାନ ସଭାପତି, ଭବାନୀଶଙ୍କର ସାହୁ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଧନୁଯାତ୍ରା ଆଡମ୍ବର ସହକାରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଧନୁଯାତ୍ରାରେ କର୍ତ୍ତା ଭାବେ ମନୋଜ ପ୍ରଧାନ ସପତ୍ନିକ କାର୍ଯ୍ୟ ତୁଲାଇବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଡିମେସମ୍ବର ୩୧ ତାରିଖରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଜୁନ ପ୍ରଧାନ, କିଶୋର ଭୋଇ, ଟାଙ୍ଗୁରୁ ପ୍ରଧାନ, ରଘୁ ବଘାର, ଶାନ୍ତୁନୁ ଭୋଇ, ପ୍ରସାଦୁ ପ୍ରଧାନ, ଅବନୀ ପ୍ରଧାନ, ଉଜ୍ୱଳ ବକୁଳ, ମନୋଜ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.