
ସମ୍ବଲପୁର, (କେପିଏନ୍ଏସ୍) : ନିତିଆ ମୁଣ୍ଡା ଫାର୍ମ ହାଉସ, ଚାରିବାଟି, ରେଢାଖୋଲ, ସମ୍ବଲପୁର ପକ୍ଷରୁ ଅନୁଷ୍ଠିତ ବିର୍ସା ମୁଣ୍ଡା ଜୟନ୍ତୀ ୨୦୨୨ରେ ବିର୍ସା ବନ୍ଧୁ ସମ୍ମାନ ୨୦୨୨ ପାଇଲେ କବି ତଥା ସମାଜସେବୀ ନିଳାଦ୍ରୀଭୂଷଣ ମହାପାତ୍ର । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଓ ସାଂଗଠନିକ ଦକ୍ଷତାରେ ମୁଗ୍ଧ ହୋଇ ତାଙ୍କୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପବିତ୍ର ଜନ୍ମ ତିଥିରେ ଜଣେ ଦକ୍ଷ ସଙ୍ଗଠକ ଓ ସମାଜସେବୀ ଭାବରେ ବିର୍ସା ମୁଣ୍ଡା ସମିତି ପକ୍ଷରୁ ବିର୍ସା ସମ୍ମାନରେ ସମ୍ମାନିତ କରାଯାଇଛି ।