pr

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ବୈଠକ ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଜୋଗିମଠ୍ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବରଗଡ଼ ଜିଲ୍ଲା ଆୟୋଜନ ସମିତି ଦ୍ୱାରା ଏକ ବୈଠକ ଭାଗିରଥି ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମହାସଚିବ ଧନେଶ୍ଵର ସିଂହ, ଉପସଭାପତି ସୁରେନ୍ଦ୍ର ଧରୁଆ, ଶତୃଘ୍ନ ଧରୁଆ, କାର୍ତ୍ତିକ ଧରୁଆ, ଡୋଲାମଣି ଧରୁଆ, ସନ୍ତୋଷ ଧରୁଆ, ଗୁପ ଛତ୍ରିଆ, ଗୋବିନ୍ଦ ଧରୁଆ, ମହିଳା ସଭ୍ୟା ଶ୍ରୀମତୀ କଳ୍ପନା ପୁଟା ଏବଂ ଗୋଣ୍ଡ ସମାଜର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ସର୍ବ ସମ୍ମତି ଭାବେ ଗାଇସିଲାଟ ବ୍ଲକ ଗୋଣ୍ଡ ମହାସଭାର ସଭାପତି ଭାବେ କଳାମଣି ଧରୁଆ, ଜଗଳପାଟ ଗୁଡି ମହାସଚିବ ଭାବେ ଡୋଲାମଣି ଧରୁଆଙ୍କୁ ମନୋନୀତ କରାଯାଇଥିଲା ଏବଂ ଆସନ୍ତା ଡିସେମ୍ବର ୨୪,୨୫,୨୬ ତାରିଖରେ ହେବାକୁଥିବା ଅନ୍ତଃ ରାଷ୍ଟ୍ରୀୟ ମହାସଭା ଝାରସୁଗୁଡାକୁ ସମସ୍ତ ପରିବାର ଯୋଗ ଦେବାପାଇଁ ଅନୁରୋଧ କରାଯାଇଥିଲା । ଧନେଶ୍ଵର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.