pr

ଟାଉନ ପୋଲିସ ଦ୍ୱାରା ୩ ଜଣ ଲୁଟେରା ଗିରଫ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସ ଗୋଟିଏ ମାମଲାରେ ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ରମାଇ ଟକିଜ ରୋଡ ନିକଟସ୍ଥ ଏକ ଦୋକାନ ଠାରେ ରାତ୍ର ଜଗୁଆଳୀ ଭାବେ ଡିଉଟି କରନ୍ତି ହେମନ୍ତ ନାଏକ । ତେବେ ଗତ ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ୩ ଜଣ ଲୁଟେରା ଏକ ଗାଡି -ଓଡି୦୩ଏମ୮୯୦୮ରେ ଆସି ଅନ୍ୟ ଏକ ଦୋକନ ସଟରକୁ ଫାଡୁ ଥିବା ବେଳେ ସେ ଯାଇ ଦେଖି ମନା କରିବାରୁ ଲୁଟେରାମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମାଡ ମାରି ତାଙ୍କ ନିକଟରୁ ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ, ୫୦୦ ଟଙ୍କା ଓ ଡିଉଟି ବାଡି ଛଡେଇ ନେଇ ଘଟଣାସ୍ଥଳରୁ ଫୋରାର୍‌ ମାରିଥିଲେ । ତେବେ ଏହାକୁ ନେଇ ଆଜି ଟାଉନ ଥାନାରେ ଅଭିଯୋଗ କଲା ପରେ ପୋଲିସ ଏକ ମାମାଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ୩ ଜଣ ଲୁଟୋରାଙ୍କୁ ଟାଉନ ଥାନା କେସ ନଂ-୬୩୮ ତା.୨୪/୧୧/୨୦୨୨ ରିଖ ଦଫା-୩୯୪ରେ ଗିରଫ କରିଥିଲା । ଗିରଫ ଲୁଟେରାମାନେ ହେଲେ ବଲାଙ୍ଗିର ସଦରର ସିନ୍ଦୁରବାହାଲ ଗ୍ରାମର ଶିବା ମନହୀରା, ରାଜା ମନହୀରା ଓ ବଣ୍ଟି ସୁନା । ଏହି ୩ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.