lika

ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍‌ଥଭିଲେ ପକ୍ଷରୁ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍‌ଥଭିଲେ ପକ୍ଷରୁ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ ହୋଇଯାଇଛି । ଏପରିକି ସ୍ଥାନୀୟ ଭାଲୁଙ୍କାସ୍ଥିତ ହେଲ୍‌ଥଭିଲେରେ ସପ୍ତାହ ବ୍ୟାପୀ ଏକ ଚିକିତ୍ସା ଓ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ହେଲ୍‌ଥଭିଲେର ଚେୟାରମ୍ୟାନ ଡା. ସତ୍ୟବ୍ରତ ମୀନକେତନ ସମ୍ମାନିତ ଅତିଥି ଭାବେ ଏହାର ଉଦ୍‌ଘାଟନ କରିଥିଲେ । ଏପରିକି ହେଲ୍‌ଥଭିଲେରେ ମଧୁମେହ ରୋଗରେ ପୀଡ଼ିତ ସମସ୍ତ ରୋଗୀଙ୍କୁ ମାଗଣା ଡାକ୍ତରଙ୍କ ପରାମର୍ଶ ନେବାକୁ ଏବଂ ୭ ଦିନିଆ ନାଚୁରୋପାଥି ଚିକିତ୍ସାର ଲାଭ ପାଇବାକୁ ଅନୁରୋଧ କରିଥିଲେ ।
ଏ ସମ୍ପର୍କରେ ଡ. ମୀନକେତନ କହିଛନ୍ତି, ଏଭଳି ଏକ ମାରାମତ୍କ ରୋଗ ବିଷୟରେ ଲୋକମାନଙ୍କ ଚରମ ଅବହେଳା, ତମାଖୁ ସେବନ, ମଦ୍ୟପାନ, ଜଙ୍କ୍‌ ଫୁଡ୍‌ ଏବଂ ଅସ୍ୱାସ୍ଥ୍ୟକର ଭୋଜନ, କ୍ଷତିକାରକ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ତଥା ମଧୁମେହ ପ୍ରତିରୋଧ ଏବଂ ପ୍ରତିକାର ବିଷୟରେ ସାଧାରଣ ଲୋକମାନଙ୍କର ଅଜ୍ଞତା ହିଁ ଉକ୍ତ ରୋଗର ପ୍ରମୁଖ କାରଣ ବୋଲି ସେ ମତପ୍ରକାଶ କରିଥିଲେ । ଅପରପକ୍ଷରେ ଏହି ଦିବସ ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା । ଉକ୍ତ ଆଲୋଚନାର ବିଷୟବସ୍ତୁ ‘ସ୍ୱାସ୍ଥ୍ୟକର ଜୀବନ ଯାପନ ହିଁ ମଧୁମେହ ରୋଗର ନିଦାନ’ ଉପରେ ସମ୍‌ ହସ୍ପିଟାଲର ଡା. ଗୁରୁପ୍ରସାଦ ମହାପାତ୍ର ଓ ଏମ୍ସର ନ୍ୟୁଟ୍ରିସନ କୋଚ୍‌ ଓ ସ୍ପୋର୍ଟସ୍‌ ମେଡିସିନ ଫିଜିସିଆନ୍‌ ଡା. ସମୀର ଶେଖର ପାତ୍ର ଉପସ୍ଥିତ ରୋଗୀମାନଙ୍କ ସହ ଏ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ।

babaa
Leave A Reply

Your email address will not be published.