୭୧ତମ ସର୍ବଭାରତୀୟ ପୋଲିସ କ୍ରୀଡ଼ା ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଲେ ସମରେନ୍ଦ୍ର

ବେତନଟୀ : ମହାରାଷ୍ଟ୍ରର ପୁନେରେ ଚାଲିଥିବା ୭୧ତମ ସର୍ବଭାରତୀୟ ପୋଲିସ କ୍ରୀଡ଼ା ଶକ୍ତିଉତ୍ତୋଳନ (ପାୱାରଲିଫ୍ଟ) ପ୍ରତିଯୋଗିତାରେ ଗୁରୁବାର ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ମୟୂରଭଞ୍ଜ ପୋଲିସ ପକ୍ଷରୁ ପ୍ରତିନିଧିତ୍ତ୍ୱ କରୁଥିବା କନଷ୍ଟେବଳ ସମରେନ୍ଦ୍ର ମହାନ୍ତ । ସମରେନ୍ଦ୍ରଙ୍କ ଘର ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ।

ଲଙ୍ଗଳକଟାସ୍ଥିତ ଶକ୍ତିମାନ ଜିମ୍ନାସିୟମର ପ୍ରତିଷ୍ଠାତା ପରେଶଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଶକ୍ତିଉତ୍ତୋଳନର ପ୍ରଶିକ୍ଷଣ ନେଉଥିଲେ । ତେବେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସମରେନ୍ଦ୍ର ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ କନଷ୍ଟେବଳ ଭାବରେ ଚାକିରି ପାଇଥିଲେ । ସେ ନିଜର ଅଭ୍ୟାସ ଜାରି ରଖିବା ସହ ସର୍ବଭାରତୀୟ ପୋଲିସ କ୍ରୀଡାରେ ଭାରତବର୍ଷର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ସମରେନ୍ଦ୍ର ସଫଳତାର ସହିତ ଉତ୍ତୋଳନ ୫୯କିଲୋଗ୍ରାମ ବର୍ଗରେ ସ୍ଫୁଟ ୧୭୫ କିଲୋ, ବେଞ୍ଚପ୍ରେସ ୯୫କିଲୋ ଏବଂ ଡେଡଲିଫ୍ଟ ୨୧୦ କିଲୋ ଏହିଭଳି ମୋଟ ୪୮୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.

error: Content is protected !!