jittmm
sonalika

ବେଲପଡ଼ାର ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡ଼ା ନଷ୍ଟ

  • ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ସ୍ଥାନୀୟ ଆଇଆଇଟି ନିକଟରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ କପଡା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ଚନ୍ଦ୍ରଶେଖର ମେହେରଙ୍କ ଷ୍ଟଲରେ ଦୀର୍ଘ ୪ ବର୍ଷ ଧରି ବେଲପଡାର ସାହାରା ସ୍ୱଂୟ ସହାୟକ ଗୋଷ୍ଠୀ ୬ ଲକ୍ଷ ଟଙ୍କା ଋଣ ଆଣି ଉକ୍ତ କପଡା ଦୋକାନ ଦେଇଥିଲେ । ଗତକାଲି ସନ୍ଧ୍ୟା ୫ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୭ଟା ସମୟରେ ଦୋକାନରେ ନିଆଁ ଲାଗି ଯାଇଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିଲେ । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ତ୍ରିନାଥ ମିଶ୍ର ଉପସ୍ଥିତ ରହି ନିଆଁ ଲିଭାଇଥିଲେ । ଋଣ ଆଣି ଦୋକାନ କରିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଡିଓ ଭିକ୍ଟୋର ସୋରେନଙ୍କୁ ଦାବୀ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.