centurian jitm

ବିଜେଡିର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

ଜଳେଶ୍ୱର : ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଉଦ୍‌ଯାପନୀ ଉତ୍ସବ ଦକ୍ଷିଣ ପ୍ରହରାଜପୁର ଗ୍ରା.ପ. ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ଉପାଧକ୍ଷ ଅନୁସୟା ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବାଗୁଡି, ଜିଲ୍ଲା ପରିଷଦ ସଭ୍ୟ ଗୌରାଙ୍ଗ ସିଂ, ଜଳେଶ୍ୱରର ନଗରପାଳ ପ୍ରତୀପ କୁମାର ପ୍ରଧାନ, ବରଡ଼ିହା ସରପଞ୍ଚ ଅଜୟ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ସତ୍ୟ ରଞ୍ଜନ ଦାସ, କେଦାର ଦାସ, ମନୀନ୍ଦ୍ର ଧର, ଶ୍ରୀରାମପୁର ପଂଚାୟତର ସମିତି ସଭ୍ୟ ଗୋପାଳ ସାମଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେଡ଼ି ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରକାଶ କରିଥିଲେ ।

ବ୍ଲକ ସାଧାରଣ ସମ୍ପାଦକ ତଥା ପଦଯାତ୍ରା ସଂଯୋଜକ ଦିଲ୍ଲୀପ କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଗୁଣାଧର ଭୂୟାଁ ମଞ୍ଚ ଆହ୍ୱାନ କରିଥିବା ବେଳେ ଶ୍ରୀରାମପୁର ସରପଞ୍ଚ ଆଲୋକ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦକ୍ଷିଣ ପ୍ରହରାଜପୁର ପଂଚାୟତର ସରପଞ୍ଚ ପଦ୍ମାବତୀ ବେହେରା, ସ୍ଵାଧୀନ ସରପଞ୍ଚ ରୂପେ ପ୍ରତିଦ୍ୱନ୍ଦିତା କରିଥିବା କ୍ରିଷ୍ଣା ମାହଲଙ୍କ ସମେତ ୧୫ ଜଣ ନେତୃବୃନ୍ଦ କଂଗ୍ରେସ ଓ ବିଜେପି ଦଳ ପରିତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିଲେ । ପୂର୍ବରୁ ଶ୍ରୀରାମପୁର ପଂଚାୟତର ମାଳିପାଳ ଶିବ ମନ୍ଦିର ଠାରୁ ଏହି ଜନ ସମ୍ପର୍କ ପଦଯାତ୍ରା ବାହାରି ଦକ୍ଷିଣ ପ୍ରହରାଜପୁର ଶିବ ମନ୍ଦିର ପର୍ଯ୍ୟନ୍ତ ଆସିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.