oom

ଏକ ଦିବସୀୟ “ଚଲେ ସ୍ଵ କି ଔର” ସାଧନା ଶିବିର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହନୁମାନ ବାଟିକା, ରାଉରକେଲା, ସନ୍ଥ ଶ୍ରୀ ଆଶାରାମଜୀ ବାପୁ ସତସଙ୍ଗ ଭବନ ଠାରେ ଏକ ଦିବସୀୟ “ଚଲେ ସ୍ଵ କି ଔର” ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ଵାବଧାନରେ ଶିବିରର ଅଂଶଗ୍ରହଣକାରୀ ମାନଙ୍କୁ ଅଷ୍ଟାଙ୍ଗଯୋଗ ସାଧନାର ଅଭ୍ୟାସ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀ ମାନେ ସକାଳ ୭ ଘଟିକାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଏବଂ ସମାଧିର ଅଭ୍ୟାସ କରିବା ସହିତ ଅନ୍ତର ଯାତ୍ରାର ଅନୁଭୂତି ନେଇଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଏବଂ ବାହ୍ୟ ରାଜ୍ୟରୁ ଯଥା ବାଙ୍ଗାଲୁରୁରୁ ଅନେକ ଲୋକ ଏହି ସାଧନା ଶିବିରରେ ଅଂଶଗ୍ରହଣ କରିଥିଲେ । ଯୋଗ ସାଧନା ତଥା ଧ୍ୟାନ ଅଭ୍ୟାସ ଦ୍ୱାରା ନିଜର ଆତ୍ମପ୍ରଦେଶରେ ନିଜକୁ ପ୍ରବେଶ କରାଇବାର ଅନେକ ପ୍ରୟୋଗ ଏହି ସାଧନା ଶିବିରରେ କରାଯାଇଥିଲା । ଏହା ସହିତ ପ୍ରକାର ଖେଳ ଓ କାହାଣୀ ମାଧ୍ୟମରେ ବୌଦ୍ଧିକ ଓ ଜ୍ଞାନ ବିକାଶର ଦିଗ ପ୍ରତି ପ୍ରୟାସ କରାଇଥିଲା । ଅଷ୍ଟାଙ୍ଗଯୋଗ ସାଧନା ମାଧ୍ୟମରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ନିଜକୁ ନିଜ ଭିତରେ ପ୍ରବେଶ କରାଇ ଆତ୍ମାନନ୍ଦର ଅନୁଭୂତି କରିବା ହିଁ ଏହି ସାଧନା ଶିବିରର ମୂଳ ଲକ୍ଷ ବୋଲି ସମୀର ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ମାନେ ଧ୍ୟାନର ସହିତ ପାଇଥିବା ଆନ୍ତରିକ ଅନୁଭୂତିକୁ ଅତୁଳନୀୟ ଓ ବିରଳ ବୋଲି କହିବା ସହିତ ଏପରି କାର୍ଯ୍ୟକ୍ରମ ବାରମ୍ବାର ଆୟୋଜନ କରିବା ପାଇଁ ନିବେଦନ କରିଥିଲେ । ଏହି ଶିବିରକୁ ପ୍ରୀତି ବିଶ୍ଵକର୍ମା, ସୁଚିତ୍ରା ଦେଶପାଣ୍ଡେ, ଆଶା ଦେବୀ ମାଳି, ଶକୁନ୍ତଳା ମାଝୀ, ଲଳିତା ପର୍ଦ୍ଧାର, ସୁନିତା ସାହୁ, ଜୟ ଶଙ୍କର ଗୌଡ଼, ପର୍ଶୁରାମ ବଡାଇକ, ଦିଲୀପ ମହାନନ୍ଦିଆ, ବନାରସୀ ପ୍ରସାଦ, ଶିବ ବିଶ୍ଵକର୍ମା, ଦେବଜିତ ଶତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.