ବନମାଲ ଗ୍ରାମ ଠାରେ ବିପୁଳ ଶାଗୁଆନ ପଟା ସମେତ ଅର୍ଦ୍ଧନିର୍ମିତ ଆସବାବପତ୍ର ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତବନମାଲ ଗ୍ରାମ ଠାରେ ବିପୁଳ ଶାଗୁଆନ ପଟା ସମେତ ଅର୍ଦ୍ଧନିର୍ମିତ ଆସବାବପତ୍ର ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଡିଏଫ୍‌ଓଙ୍କ ସୂଚନା ଅନୁସାରେ ବିଶ୍ଵସ୍‌ସ୍ତ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜୀ ରେଞ୍ଜ କର୍ମଚାରୀ ଓ ଲାଠୋର ରେଞ୍ଜର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବନମାଲ ଗ୍ରାମର କ୍ଷେତ୍ରବାସି ସାହୁଙ୍କ ଘରେ ଚଢାଉ କରାଯାଇ ୫.୫୫ ସିଏଫଟି ଶାଗୁଆନ ପଟା ଏବଂ ୧ ସେଟ୍ ଅର୍ଦ୍ଧନିର୍ମିତ ଆସବାବପତ୍ର (ଅଧା ତିଆରି ସୋଫା ସେଟ୍) ଜବତ କରିଥିବା ବେଳେ ସେହି ଗ୍ରାମର ଲକ୍ଷ୍ମଣ ବିଶ୍ୱାଳଙ୍କ ଘରେ ମଧ୍ୟ ଚଢାଉ କରାଯାଇ ଗୋଟିଏ ଶାଗୁଆନ ପଲଙ୍କ ଜବତ କରିଥିଲେ । ସେହିପରି ବନମାଲ ଗ୍ରାମର ପରମେଶ୍ୱର ବିଶ୍ୱାଳ ଓ ବାସୁଦେବ ପ୍ରଧାନଙ୍କ ଘରୁ ଯଥା କ୍ରମେ ଶାଗୁଆନ ପଟା ଏବଂ ଅଧା ତିଆରି ଫର୍ନିଚର୍ ଆଦି ଜବତ କରିଥିଲେ ।

Leave A Reply

Your email address will not be published.