ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ପୃଥିରାଜ ସାହୁ (ସ୍ଥାନୀୟ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ଦବସର ମହତ୍ତ୍ଵ ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ଚୈତନ୍ୟ ଭୋଇ ଗୁରୁଜୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ଗୁରୁଜୀ ଶିବ ପ୍ରସାଦ ହାତୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶିଶୁମାନଙ୍କୁ ବୌଦ୍ଧିକ ପ୍ରଦାନ କରିଥିଲେ । ସୁଷମା ବିଶ୍ୱାଲ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଶିଶୁ ବାଟିକା ବିଭାଗର ଭାଇ ଭଉଣୀମାନଙ୍କୁ ନେଇ ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶିଶୁମାନେ କ୍ରିୟାକଳାପ ପାଠରେ ସିଝା ଆଳୁ ଓ ବାଦାମରୁ ଚୋପା ଛଡାଇ ଆଲୁଦମ୍ ତିଆରି କରିଥିଲେ । ଭ୍ରମଣରେ ବିଜୁ ଉଦ୍ୟାନ ଓ କୁମ୍ଭାରଶାଳକୁ ଯାଇଥିଲେ । ପରେ ପରେ ପ୍ରୋଜେକ୍ଟର ସୋ ପ୍ରଦର୍ଶନ କରାଯାଇଥିଲା । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଶିବିରରେ ୧୫୦ ଜଣ ଶିଶୁ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.