୧୦ତମ ମାଣବସା ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଆଜି ମାଣବସା ଲକ୍ଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶଙ୍କର ନାଗଙ୍କ ସଭାପତିତ୍ୱରେ ଲକ୍ଷ୍ମୀ ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂଜା କମିଟିର ସଦସ୍ୟ ଓ ଉପଦେଷ୍ଟାଙ୍କ ଚୟନ କରାଯାଇଥିଲା । ନୂତନ ଭାବରେ ଉପଦେଷ୍ଟା ପାଇଁ ତୁଳସୀ ରାମ ଜଗତ ଏବଂ ରାମନାଥ ହଂସଙ୍କୁ ମନୋନୀତ କରାଗଲା । ନୂତନ କାର୍ଯ୍ୟାନୁଷ୍ଠାନ କମିଟିର ସଭ୍ୟ ଭାବରେ ସାନକୁମର ଦୀପ, ଭୀକ ନାଗ, ଶତୃଘ୍ନ ନାଗ ମନୋନୀତ ହେଲେ । ସେ ପଟେ ସଭାପତି ପୁରନ୍ଦର ହଂସ, ସମ୍ପାଦକ ମୋଟେଶ୍ୱର ହଂସ, ଭୀମରାଜ ବାଗ, କେଶରୀ ଦୀପ୍, ମିତାମ୍ ଦୀପ, ପାଦରି ସଗ୍ରିଆ, ଯଦୁମଣି ଭୋଇ, ସୃପ ପୁଞ୍ଜିଙ୍କ ସ୍ଥାନ ପରିବର୍ତ୍ତନ ହୋଇନାହିଁ ।

Leave A Reply

Your email address will not be published.