jayashree

ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମ ଆୟୋଜିତ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ଟାଉନ ହଲ୍‌ ଠାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ୧୭୦ ଜଣ ଅନ୍ତେବାସୀ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜେଶ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ମୁଖ୍ୟ ବକ୍ତା ଓ ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟା ସ୍ୱର୍ଣ୍ଣଲତା ମହାନ୍ତି, ସଦସ୍ୟ ନିରଞ୍ଜନ ମିଶ୍ର, ସୁଧାଂଶୁ ନନ୍ଦ, ବାଲ ଗୋପାଳ ସେବା ଅନୁଷ୍ଠାନର ସମ୍ପାଦକ ହେମନ୍ତ ମୁଣ୍ଡ ଓ ଯଶୋଦା ଅନାଥ ଆଶ୍ରମର ସମ୍ପାଦକ ଶ୍ୟାମ ସୁନ୍ଦର ଜାଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରାଜଲକ୍ଷ୍ମୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଯତ୍ନ ଅଂଶୁମାନ ବାବୁ ସଭା ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବ ପରେ ପରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ମଧ୍ୟରେ ବକ୍ତୃତା, ଏକକ କଣ୍ଠ ସଙ୍ଗୀତ, ଦଳଗତ ନୃତ୍ୟ, କୁଇଜ୍‌, ପୋଷ୍ଟର ନିର୍ମାଣ ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନର ୧୭୦ ଜଣ ଅନ୍ତେବାସୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୪ଟାରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଶାସନ ପ୍ରମୋଦ ଖୀଲୋ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ମହକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀମାନେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ କୃତି ପ୍ରତିଯୋଗୀ ଅନ୍ତେବାସୀମାନଙ୍କୁ ଉଚ୍ଚହିତ କରିଥିବା ବେଳେ ରାଜ୍ୟ ସ୍ତରରେ ପୁରସ୍କାର ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ପ୍ରଦାନ କରାଯିବ ବୋଲି ଶିଶୁ ମଙ୍ଗଳ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରତୀକ ପଟ୍ଟନାୟକ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ଜୟଶ୍ରୀ ପାଣି ଓ ଅବିନାଶ ତ୍ରିପାଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.