ବିପୁଳ ପରିମାଣର ମଦ ଜବତ, ୪ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩ ହଜାରରୁ ଅଧିକ ଲିଟର ଦେଶୀ ମଦ ଓ ଏକ ମୋଫେଡ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଁଦିଆ ଥାନା ଦିଗମ୍ବରପୁର ଗ୍ରାମରୁ ୨୯୦ ଲିଟର, ଯୁଗଳ ସାହୁ ୨୯୦ ଲିଟର, ସନାତନ ସାହୁଙ୍କଠାରୁ ୩୦୦ ଲିଟର ଓ ମୋଟଙ୍ଗା ଥାନା ଅନ୍ତର୍ଗତ ନୂଆବାଙ୍ଗୁରସିଂହ ଗ୍ରାମରୁ ୨୫ ଲିଟର ଦେଶୀମଦ ଓ ଏକ ମୋଫେଡ ଗାଡି ଜବତ ଜବତ ହୋଇଛି ।

ସେହିପରି କାଶୀପୁର ଗ୍ରାମରୁ ୨୧୨୦ ଲିଟର ଦେଶୀମଦ ଜବତ ହୋଇଛି । ଏଥିରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି । ଅବକାରୀ ଆଇନ୍ ବଳରେ ଗିରଫ ସମସ୍ତ ୪ ଜଣଙ୍କୁ ସଂଧ୍ୟାରେ କୋର୍ଟଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.