ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ (ଭିଏଏସ୍) ବିଭୁପ୍ରଦ ଧଳ ଭିଜିଲାନ୍ସ ଜାଲରେ ଧରା ପଡିଥିବା ଜଣାପଡିଛି । ପ୍ରାଣୀ ଚିକିତ୍ସାଳୟରେ ବ୍ୟବହୃତ ଗାଡିର ପାଉଣା କରାଇ ଦେବା ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡା ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ପଞ୍ଚାୟତ ଚାହାରପାଲି ଗ୍ରାମର ପ୍ରେମାନନ୍ଦ ବଗର୍ତ୍ତୀଙ୍କ ଏକ ବୋଲେରୋ ଗାଡି ସିନାପାଲି ପ୍ରାଣୀ ଚିକିତ୍ସାଳୟରେ ନିୟୋଜିତ କରିଥିଲେ । ହେଲେ ସେହି ଗାଡିର ୨ ମାସର ପାଉଣା ମିଲିନଥିବାରୁ ଟଙ୍କା କରାଇ ଦେବାକୁ ଶ୍ରୀ ବଗର୍ତ୍ତୀ କହିଥିଲେ । ହେଲେ ପ୍ରାଣୀ ଚିକିତ୍ସକ ଶ୍ରୀ ଧଳ ଗାଡିର ପାଉଣା କରାଇଦେବା ବାବଦକୁ ପଚିଶ ହଜାର ଟଙ୍କା ଲାଞ୍ଚ ଡେମାଣ୍ଡ କରିଥିଲେ । ଏନେଇ ଶ୍ରୀ ବଗର୍ତ୍ତୀ ନୂଆପଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଶ୍ରୀ ବଗର୍ତ୍ତୀ ନୂଆ ଜିଲ୍ଲା ଭିଜିଲାନ୍ସ ରେ ଅଭିଯୋଗ କଲା ପରେ ଶନିବାର ରାତ୍ରି ପାଖାପାଖି ସାଢେ ୮ ଟା ସମୟ ବେଳେ ନୂଆପଡା କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସଙ୍କ ମିଳିତ ଉଦ୍ୟମରେ ଭିଜିଲାନ୍ସ ଅଧିକାରୀ ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଶ୍ରୀ ଧଲ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି କାବୁ କରିଥିଲେ । ଶ୍ରୀ ଧଳ ପ୍ରାଣୀ ଚିକିତ୍ସାଳୟରୁ ନିଜ ଗୃହକୁ ଆସୁଥିବା ବେଳେ ଯୁଗେନଛକ ନିକଟସ୍ଥ ଫୋରୱେ ରାସ୍ତା ଉପରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.