କଣ୍ଟାବାଞ୍ଜି ରେଞ୍ଜରେ ହାତୀ ଆତଙ୍କ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଗୋଟିଏ ହାତୀ ଘୂରି ବୁଲୁଥିବା ବନ ବିଭାଗ କର୍ମଚାରୀ ସମେତ ତୁରେକେଲା ବ୍ଲକର ଘୁନେସ, ବର୍ଲା, ମହଖଣ୍ଡ ଅଂଚଳବାସୀ ଦେଖିବାକୁ ପାଇଛନ୍ତି । ଶୁକ୍ରବାର ରାତିରେ ଏହି ହାତୀଟି ବର୍ଲା ଗାଁ ପାଖରେ ଦେଖିବାକୁ ମିଳିଥିଲା । ପରେ ହାତୀଟି ବଙ୍ଗୋମୁଣ୍ଡା ରେଞ୍ଜ ବଡବାଙ୍କି ଗାଁ ପଟକୁ ଯାଇଥିବା ଅନୁମାନ କରାଯାଇଛି । ଶୁକ୍ରବାର ହାତୀଟି ଗୋଟିଏ ଘର ମଧ୍ୟ ଭାଙ୍ଗି ନଷ୍ଟ କରିଥିବା ସୂଚନା ମିଳିଛି । ହେଲେ ଅନ୍ୟ କୌଣସି କ୍ଷୟକ୍ଷତି ସମ୍ପର୍କରେ ବନ ବିଭାଗ ପାଖରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବା ବନ ଅଧିକାରୀ ଶ୍ରଦ୍ଧାଦେବ ବଡମାଳୀ କହିଛନ୍ତି ।

Leave A Reply

Your email address will not be published.