ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ଏକ ଶହବର୍ଷର ପୁରୁଣା, ପ୍ରସିଦ୍ଧତା ଲାଭ କରିଥିବା ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀ ମନ୍ଦିର ନୀତିକାନ୍ତି ଭଳି ପୂଜାର୍ଚ୍ଚନା ଓ ବିଧିବଦ୍ଧ ଭାବେ ବହୁ ପରମ୍ପରା ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି । ଶୁକ୍ରବାର ପବିତ୍ର କାର୍ତ୍ତିକ ବ୍ରତ ବଡ଼ଏକାଦଶୀ ଅବସରରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଅଗଣିତ ଭକ୍ତଜନ ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଯଥାରୀତିରେ ପାଳିତ ହୋଇଥିବା ସାଂଗକୁ ସନ୍ଧ୍ୟାବେଳେ ନାଟମଣ୍ଡପରେ ଉତ୍କଳୀୟ ଧର୍ମସଂସ୍କୃତି ସମ୍ପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.