csstore

ଦେଶୀ ମଦ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କନ୍ଦୁମୁଣ୍ଡା ଗ୍ରାମର ସହରାଟିକିରାରେ ଦେଶୀ ରନ୍ଧା ମଦ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଥାନାଧିକାରୀ ବୀରବର ଭଗତଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ସୁରୁ ଧରୁଆ, ସବିତା ପାତ୍ର, କନେଷ୍ଟବଳ ଅରବିନ୍ଦ ଡନସେନା, ଓଏପିଏଫ୍ ହରି ନାୟକ, ମଦନ ଖିଲୁ, ହୋମଗାର୍ଡ ପ୍ରଶାନ୍ତ ପୁରୋହିତ, ବିପ୍ର ଭୋଇ ଏକ ଟିମ୍ ଉକ୍ତ ଜାଗାରେ ଚଢ଼ାଉ କରି ୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେମାନେ ହେଲେ ଏହି ଥାନା ଅନ୍ତର୍ଗତ କନ୍ଦୁମୁଣ୍ଡା ଗ୍ରାମର ମହାଦେବ ସାହୁ(୪୫), ଜୟନ୍ତ ସାହୁ(୨୦) । ଏ ନେଇ ପୋଲିସ କେସ ନଂ – ୨୩୮/ ୦୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

jayashree
Leave A Reply

Your email address will not be published.