ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୂଆପଦା ଗ୍ରାମର ପ୍ରସିଦ୍ଧ ଆରାଧ୍ୟ ଠାକୁର ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ପବିତ୍ର ଅଁଳା ନବମୀ ବୁଧବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ମଙ୍ଗଳ ଆଳତ ନୀତିକାନ୍ତି ହୋମ ପୂଜା ଅର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ଲଲାଟ ପାଇକରାୟ, ପୁରୋହିତ ଦୟାନିଧି ମିଶ୍ର, ତିବିକ୍ରମ ମିଶ୍ର ଓ ତାଙ୍କ ସମର୍ଥକଙ୍କ ସହିତ ମନ୍ଦିର ପୂଜକ ନୀଲୁ ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ମନ୍ଦିର ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଏହି ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା । ନଦିଆ ସଂକୀର୍ତ୍ତନ ଘଣ୍ଟ କାହାଳୀ ଓ ମନ୍ତ୍ର ଧ୍ଵନିରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଆୟୋଜନ କରାଯାଇଥିଲା । ସେହିପରି ପବିତ୍ର ଅଁଳା ନବମୀରେ ବେନୁପଡା ଗାଦିବ୍ରହ୍ମ ମଠରେ ଅଁଳା ଗଛ ପୂଜନ, ଗାଦିବ୍ରହ୍ମ ଓ ରାଧାପାଦ ଦର୍ଶନ ନିମନ୍ତେ ଏବଂ ବିଭୂକୃପା ପାଇଁ ହଜାର ହାଜର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ନଦିଆ ସଂକୀର୍ତ୍ତନ ଘଣ୍ଟ କାହାଳୀ ମୃଦଂଗ ଶଙ୍ଖ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସେହିପରି ଘୋରଡିଆ ଗ୍ରାମର ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପବିତ୍ର ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରାଧାକାନ୍ତ ଦେବ ମଠ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପତିତପାବନ ପାଠାଗାର ପକ୍ଷରୁ ରାମଚରିତ ମାନସ ଓ ନବାହ୍ନ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଚାଇଁପୁର ପଞ୍ଚାୟତ ଗଡକାଳୁପଡା ଗଡ ଚଣ୍ଡି ପୀଠରେ କାର୍ତ୍ତିକ ମାସ ପଞ୍ଚୁକ ତିଥିରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!