oom

ମହନ୍ତ ମହାରାଜ ବୈଦନାଥ ଦାଶଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସର୍ବପୁରାତନ ମଠ ରାଧାମୋହନ ଦେବ ବିଜେଙ୍କର ସ୍ଵର୍ଗତ ମହନ୍ତ ମହାରାଜ ବୈଦନାଥ ଦାଶଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଠ ପରିସରରେ ଠାକୁରଙ୍କ ମଙ୍ଗଳ ଆଳତୀ, ନୀତିକାନ୍ତି ପୂଜାର୍ଚ୍ଚନା ସହ ନଦିଆ ସଂର୍କୀତ୍ତନ, ଘଣ୍ଟ, କାହାଳୀ ଶୋଭାଯାତ୍ରାରେ ବାହାରି ଘୋରଡିଆ ବଜାରସ୍ଥିତ ସ୍ଵର୍ଗତ ମହନ୍ତ ବୈଦନାଥ ଦାଶଙ୍କ ସମାଧିପୀଠରେ ପହଞ୍ଚି ପୂଜାର୍ଚ୍ଚନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମରେ ବାଦଲପୁର ମଠ ମହନ୍ତ ମହାରାଜା ସରୋଜ ଦାଶ, ରାଣୀପଡ଼ା ମଠ ମହନ୍ତ ମହାରାଜା ଶତ୍ରୁଘ୍ନ ଦାଶ, ନୂଆହାଟ ମଠ ମହନ୍ତ ମହାରାଜା ଶ୍ରଦ୍ଧାନନ୍ଦ ଦାଶ, ମଠ ମୁଖ୍ୟ ପୂଜକ ନାରାୟଣ ଦାଶ, କାହାଳିଆ ସନ୍ତୋଷ ମହାପାତ୍ର, ଟହଲିଆ ଫଗୁ ରଣା, ଜ୍ୟୋତିଷ ସୁବାଷ ନାୟକ, ଶରତ ବାରିକ, ମଠ ପରିଚାଳନା କମିଟିର ସଭାପତି ବିଧାନ ଚନ୍ଦ୍ର ରାୟ, କାର୍ଯ୍ୟକର୍ତ୍ତା ପ୍ରହଲ୍ଲାଦ ବଳିୟାରସିଂହ, ଗୌରୀଶ୍ୟାମ ହରିଚନ୍ଦନ, ପ୍ରକାଶ ଚନ୍ଦ୍ର ପାତ୍ର, ଦୁର୍ଯ୍ୟୋଧନ ସାହୁ, ଲକ୍ଷ୍ମୀଧର ଜେନା ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ଖମାରିଆ ସୁରେନ୍ଦ୍ର ବେହେରା, ବିଶ୍ଵନାଥ ସିଂହ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.