csstore

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ବୈଠକ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ବରିଷ୍ଠ ସାମ୍ବାଦିକ ସୁବାଷ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପୂର୍ବ ବୈଠକର ବିବରଣୀ ପଠନ କରାଯିବା ସହିତ ସଂଘର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା । ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବିମଲ ଦାସ, କାର୍ଯ୍ୟକାରୀ ସଭାପତି ଭାବେ ଗୁରୁଦୟାଲ ହଂସ, ଉପସଭାପତି ଭାବେ ମୋହନ ସୋନି, ଅଶୋକ ନାରାୟଣ ଭୋଇ, ସମ୍ପାଦକ ଭାବେ ଶେଖ ସମିମ, ସହ ସମ୍ପାଦକ ଭାବେ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଭାବେ କୃତ୍ତିକର ବାଗ, ଗ୍ରନ୍ଥାଗାର ଭାବେ ରାଧେଶ୍ୟାମ ମେହେର, କାର୍ଯ୍ୟକାରୀ ସଦସ୍ୟ ଭାବେ ସୁବାଷ ବେହେରା, ଜୀବନାନନ୍ଦ ମହାନ୍ତି, ଅନ୍ତିମ ପାଣିଗ୍ରାହୀ, ପ୍ରମୋଦ ବେହେରା, ସୁଶାନ୍ତ ଥନାପତି, ଶିବ ଶଙ୍କର ବାଗ ଏବଂ ଆଇନ ପରାମର୍ଶଦାତା ସଞ୍ଜୟ ନାଥ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ପରେ ସଂଘର ରୋପ୍ୟ ଜୟନ୍ତୀ ପାଳନ ନିମନ୍ତେ ଆଲୋଚନା ହୋଇଥିଲା । ବୈଠକରେ ସୁକଦେବ ମହାନ୍ତି, ଅଭିମନ୍ୟୁ ବହିଦାର, ବିନୋଦ ସିଂ, କୁଶଳ ସିଂ ଠାକୁର, କୈଳାସ ସଗରିଆ, ବିଭୁତି ଭୂଷଣ ଦାସ, ପ୍ରଦୀପ କୁମାର ବଘାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଗାମୀ ଦିନରେ ରୌପ୍ୟ ଜୟନ୍ତୀ ପାଳନ କରିବା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରଯାଇଥିଲା ।

jayashree
Leave A Reply

Your email address will not be published.