oom

ଅଏଁଲାପାଲି ଗିରି ଗୋବର୍ଦ୍ଧନ ପୂଜା ଉଦ୍‌ଯାପିତ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି କେନାଲ୍ ଛକଠାରେ ଚାଲିଥିବା କଂସ ଦରବାର କଂସ ବଧ ସହିତ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୫ ଦିନ ଧରି ଚାଲିଥିବା କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଏବଂ ତାଙ୍କ ଦଳର
କଳାକାରଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟରେ ଭରପୁର ମଜା ଉଠାଉଥିଲେ ହଜାର ହଜାର ଦର୍ଶକ । ବିଭିନ୍ନ ଦିବସରେ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ରାଜ୍ୟସଭା ସଦସ୍ୟ ସୁଜିତ କୁମାର୍ ସେଠ୍‌, ଅନିରୁଦ୍ଧ ପ୍ରଧାନ, ପୂର୍ବତନ ଜିଳ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ନର୍ଲା ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ଓଳିଲ ସଂଘ ସଭାପତି ଜୟ କୁମାର ସିଂହଦେଓ, ସଂପାଦକ ଯତିନ କୁମାର ସାହୁ, ସାଇଦଲଙ୍ଗା ସରପଂଚ ଚଉବନୀ ସାହୁ, ସମିିତି ସଭ୍ୟ ତ୍ରିପୁରା ମାଝୀ, ଆର୍ତ୍ତତ୍ରାଣ ମହାପାତ୍ର, ସରୋଜ୍ ସେଠ୍‌, ପଦ୍ମଲୋଚନ ମିଶ୍ର, ଖୁସିରାମ ସାହୁ, ରୋମାଂଚ ସାହୁ, ବିଭୂତି ଭୂଷଣ ମହାଖୁଡ଼, ରୁଦ୍ର ପ୍ରଦାପ ସିଂହ, ହେମନ୍ତ ସାହୁ, ପ୍ରଶାନ୍ତ ସାମନ୍ତରା, ଶୁଭମ୍ ରୋହିଲା, ରାଜ କୁମାର ସିଂହଦେଓ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଶେଷ ରାତିରେ କଂସ ଦରବାରରେ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ନୃପରାଜ ସାହୁ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ଶତପଥୀ, ସମାଜସେବୀ ବିକାଶ ରଂଜନ ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିଲେ । କଂସ ଦରବାର ଆରମ୍ଭ ହେବା ପୂର୍ବରୁ ଏହି ମଂଚରେ ମହାରାଜ ଆର.କେଙ୍କ ଦ୍ୱାରା ମ୍ୟାଜିକ୍ ସୋ ମଧ୍ୟ ପରିବେଷଣ ହେବା ସହିତ ଦିନବେଳେ ସଂଜୟ ସାହୁଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜକ କମିଟିର ସଭାପତି ଝସକେତନ ସାହୁ, ସଂପାଦକ ଶଙ୍କର କୁମାର ସାହୁ, ପୂଜା କର୍ତ୍ତା ଅଭିମନ୍ୟୁ ସାହୁ, ପୂଜକ ଝସକେତନ ତ୍ରିପାଠୀ, ତାପସ ସାହୁ, ସତ୍ୟ ନାରାୟଣ ସାହୁ, ଭବାନୀ ସାହୁ, ରୋମାଂଚ ସାହୁ(ରାଷ୍ଟ୍ର), ଜଗତ ସାହୁଙ୍କ ସମେତ ଏହି କମିଟିର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.