csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ସାମୁହିକ ଜଳସାଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ସାମୁହିକ ଜଳସାଇ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୫ଟି ପରିବାର ଭାଗ ନେଇଥିଲେ । ମଞ୍ଚର ଉପସଭାପତି ବିରଞ୍ଚି ହୋତା ସପତ୍ନୀକ ପୂଜାରେ ବସିଥିଲେ । ସମସ୍ତ ଉପସ୍ଥିତ ବରିଷ୍ଠ ନାଗରିକମାନେ ସପତ୍ନୀକ ଜଳ ବୋହି ଶିବଲିଙ୍ଗରେ ଢାଳିଥିଲେ । ଶିବ ସ୍ତୋତ ଗାନ ଜାରି ରଖିଥିଲେ ଧନଞ୍ଜୟ ମିଶ୍ର । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନେଗୀ ଚାନ୍ଦା ସଂଗ୍ରହ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତାଙ୍କୁ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିନୟ ମିଶ୍ର, ସଂଗଠନ ସମ୍ପାଦକ, ପ୍ରଭାକର ମିଶ୍ର, ସଭାପତି, ଚିତ୍ତରଞ୍ଜନ ପଟେଲ, ସୁନୀଲ ବିଶ୍ୱାଳ ଅତିରିକ୍ତ ସାଧାରଣ ସମ୍ପାଦକ, ଚୁଡେନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ, ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ଭୂମିକା ଗୁରୁତ୍ୱପୂର୍ଣ । ଏହି କାର୍ଯ୍ୟକ୍ରମ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ଅପାରହ୍ନ ୩:୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ସକାଳରେ ବାଳଭୋଗ ଓ ମଧ୍ୟାହ୍ନରେ ପ୍ରସାଦସେବନ ହୋଇଥିଲା । ଏହି ଜଳସାଇରେ ଅନେକ ବିଶିଷ୍ଟ ବରିଷ୍ଠ ନାଗରିକ ଯଥା ପ୍ରଫୁଲ୍ଲ ସାହୁ, ଉପସଭାପତି, ସମ୍ପାଦକ ମନୋରଞ୍ଜନ ମିଶ୍ର, ଶିବଶଙ୍କର ଖୁଆସ, ମଲିଆ ଗଡୁଆ, ଅନୁପକୁମାର ମହାନ୍ତି, ବିରଞ୍ଚି ବହିଦାର, କିଶୋର ସାଏ, ଯୁଗଳ କିଶୋର ମେହେର, ଦାମୋଦର ନାୟକ, ମାଥାମାନୀ ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ମଧୁସୂଦନ ନାୟକ, ମଳୟ ଦିଶ୍ରୀ, ପ୍ରମୋଦ ଗୁରୁ, ପ୍ରଦ୍ୟୁମ୍ନ ଗଡତିଆ, ଗଙ୍ଗାବିଷ୍ଣୁ ପାଣିଗ୍ରାହୀ, ସର୍ବେଶ୍ୱର ତ୍ରିପାଠୀ, ଭିକ୍ଷାକାରୀ ପାତ୍ର, ରଞ୍ଜନ କୁମାର ରାଉତ ପ୍ରମୁଖ ଅତି ଆନନ୍ଦ ସହ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.