ଭୁବନେଶ୍ୱର : ଆସନ୍ତା ୩୧ ତାରିଖରେ ଓଡ଼ିଶା କ୍ୟାଡର ୩ ବରିଷ୍ଠ ଆଇଏଏସ୍ ଅଫିସର ତଥା ବୋର୍ଡ ଅଫ୍ ରେଭିନ୍ୟୁ ମେମ୍ବର ଜିଭିଭି ଶର୍ମା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ଉପେନ୍ଦ୍ର ପ୍ରସାଦ ସିଂ ଅବସର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏଥିସହିତ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନକୁ ଯିବେ । ସୂଚନା ଅନୁସାରେ, ଏହା ପୂର୍ବରୁ ରାଜ୍ୟ ସରକାର ଶନିବାର ୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ।
୧୯୮୭ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଗୋପବନ୍ଧୁ ଏକାଡେମୀ ଡିଜି ଥିବା ଆର୍.କେ. ଶର୍ମାଙ୍କୁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ସଦସ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କୁ କୃଷି ଉତ୍ପାଦନ କମିଶନର, ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ୱତ ମିଶ୍ରଙ୍କୁ ଏମ୍ଏସ୍ଏମ୍ଇ ବିଭାଗ, ୨୦୦୬ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ରୂପା ରୋଶନ ସାହୁଙ୍କୁ ଏସ୍ସି/ଏସ୍ଟି ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
Prev Post