କୋଷାଗୁମୁଡା ବ୍ଲକରେ ନାଗ ଚତୁର୍ଥୀ ପାଳନ

କୋଷାଗୁମୁଡା : ପରମ୍ପରା ଓ ଧାର୍ମିକ ଭାବନା ଅନୁଯାୟୀ କୋଷାଗୁମୁଡା ବ୍ଲକରେ ନାଗ ଚତୁର୍ଥୀ ପାଳନ କରାଯାଇଛି । କୋଷାଗୁମୁଡା ଓ କୋଡ଼ିଙ୍ଗା ଆଖପାଖରେ ଥିବା ଜଙ୍ଗଲ ପରିସରରେ ରହିଥିବା ବିଭିନ୍ନ ଉଇହୁଙ୍କାଠାରେ ମହିଳାମାନେ ପହଞ୍ଚି ନାଗ ଓ ନାଗୁଣୀଙ୍କ ପୂଜାର୍ଚ୍ଚନା ଉଦ୍ଦେଶ୍ୟରେ ଉକ୍ତ ଉଇହୁଙ୍କାରେ କୁକୁଡା ଅଣ୍ଡା, କ୍ଷୀର ଢ଼ାଳିଥିଲେ । ସେହିପରି ଉକ୍ତ ଉଇହୁଙ୍କା ପାଖରୁ ମାଟି ଆଣି ମସ୍ତକ ଓ କାନରେ ଲଗାଇଥିଲେ । ଏହି ନାଗ ଚତୁର୍ଥୀ ନିଜ ଶିଶୁମାନଙ୍କ କର୍ଣ୍ଣର ସୁରକ୍ଷା ଏବଂ ଅନ୍ୟାନ୍ୟ ରୋଗ ବ୍ୟାଧିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହାକୁ ପାଳନ କରିବାର ପରମ୍ପରା ରହିଛି ।

Leave A Reply

Your email address will not be published.

error: Content is protected !!