csstore

ରାଣୀବନ୍ଧ ଆଡିରେ ଥିବା ବିଦେଶୀ ମଦ ଦୋକାନକୁ ସିଲ୍‌ କଲା ବଲାଙ୍ଗିର ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଣୀବନ୍ଧ ଆଡ଼ି ଉପରେ ଥିବା ବିଦେଶୀ ମଦ ଦୋକାନକୁ ବଲାଙ୍ଗିର ଅବକାରୀ ବିଭାଗ ସିଲ୍ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୋଖରୀ ବନ୍ଧ ଉପରେ ସରକାରୀ ଜମିରେ ବିଦେଶୀ ମଦ ଦୋକାନ କରାଯାଇଥିବା ବେଳେ ମଦ୍ୟପମାନେ ମାତାଲ ଅବସ୍ଥାରେ ଅନେକ ସମୟରେ ମଦ୍ୟପାନ କରି ହୋ ହାଲ୍ଲା କରିବା ସହ ଗଣ୍ଡଗୋଳ ମଧ୍ୟ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଆସୁଥିଲେ । ମଦ୍ୟପାନ କରି ମଦ ବୋତଲ, ପାଣି ପ୍ୟାକେଟ ଓ ପାଣି ବୋତଲ ପୋଖରୀ ମଧ୍ୟକୁ ଫୋପାଡୁ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା ତେବେ ଅଭିଯୋଗକୁ ଭିତ୍ତି କରି ଗତକାଲି ଅବକାରୀ ବିଭାଗ ପକ୍ଷରୁ ରାଣୀବନ୍ଧ ଉପରେ ଥିବା ୩ ନମ୍ବର୍ ବିଦେଶୀ ମଦ ଦୋକାନକୁ ସିଲ୍ କରାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.