jsm

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିକଟସ୍ଥ ବାଇକ୍‌କୁ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଲୋଇସିଂହା ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର କପିଲ କୁମ୍ଭାର(୫୦) ଗତକାଲି ନିଜ ଗ୍ରାମ ଭରସୁଜାରୁ ବାହାରି ଲୋଇସିଂହା ବ୍ଲକକୁ ଆସୁଥବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍‌ ସହିତ ବହୁତ ଜୋର୍‌ରେ ଧକ୍କା ହେବା ଫଳରେ ତାଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିଲା । ସ୍ଥାନୀୟ ଲୋକେ କପିଲଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣି ଭର୍ତ୍ତି କରିଥିଲେ ।

yuvodaya
Leave A Reply

Your email address will not be published.